ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ

ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ। କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି। ବିଜେପିର ଗୋଆ ପ୍ରଦେଶ ଅଧ୍ୟକ୍ଷ ସଦାନନ୍ଦ ନତାଓ୍ବଡେ ଦାବି କରିଛନ୍ତି ଯେ, କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହେବେ। ଗୋଆ ବିଜେପିର ଦାବି ଏଭଳି ସମୟରେ ଆସିଛି, ଯେତେବେଳେ କଂଗ୍ରେସ ଯୋଡ ଯାତ୍ରା ବାହାରୁଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସର ନେତା ସାରାଦେଶରେ ୧୫୦ ଦିନରେ ୩୫୭୦ କିଲୋମିଟର ଯାତ୍ରା ବାହାର କରିଥିଲେ। ଏହି ଯାତ୍ରା ୧୨ଟି ରାଜ୍ୟ ଦେଇ ଚାଲିବ।

୪୦ ବିଧାନସଭା ଆସନ ଥିବା ଗୋଆରେ ଚଳିତ ବର୍ଷ ଫେବୃଆରୀରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଥିରେ ଏନ୍‌ଡିଏର ୨୫ ବିଧାୟକ ରହିଛନ୍ତି। ସେଭଳି କଂଗ୍ରେସର ୧୧ ବିଧାୟକ ଅଛନ୍ତି, କିନ୍ତୁ ବିଜେପିର ପ୍ରଦୋ ଅଧ୍ୟକ୍ଷ ଦାବି କରିଛନ୍ତି ୧୧ ରୁ ୮ ବିଧାୟକ ତାଙ୍କ ଦଳରେ ସାମିଲ ହେବେ।