ଆଜି ପାକିସ୍ତାନ- ଶ୍ରୀଲଙ୍କା ଫାଇନାଲ

ଆଜି ପାକିସ୍ତାନ- ଶ୍ରୀଲଙ୍କା ମୁହାଁମୁହିଁ । ଏସିଆ କପର ଫାଇନାଲ ମ୍ୟାଚ ଆଜି ସଂଧ୍ୟାରେ ଦୁବାଇରେ ଖେଳାଯିବ । ଦାସୁନ ସନକାଙ୍କ ନେତୃତ୍ବାଧିନ ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ସେପଟେ ପାକିସ୍ତାନ ମଧ୍ୟ ଦୁର୍ବଳ ଟିମ ନୁହେଁ ।

ଶ୍ରୀଲଙ୍କା ଲିଗ୍‌ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚରେ ୨ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା। ସୁପର-୪ରେ ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ, ଦ୍ବିତୀୟ ମ୍ୟାଚରେ ଭାରତକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ସୁପର-୪ର ଶେ​‌ଷ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା।