ପାଦ୍ରୀଙ୍କ ସହିତ ରାହୁଲ ଗାନ୍ଧିଙ୍କ ଭିଡିଓ ଭାଇରାଲ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୧୫୦ ଦିନର ‘ଭାରତ ଯୋଡ଼ୋ’ ଯାତ୍ରାରେ ଅଛନ୍ତି। ତେବେ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ଗସ୍ତରେ ଥିବା ବେଳେ ବିବାଦୀୟ କ୍ୟାଥୋଲିକ୍ ଚର୍ଚର ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ ସାକ୍ଷାତ କରିବା ବେଳେ ହିନ୍ଦୁ ଧର୍ମକୁ ନେଇ ଆଲୋଚନା ଏବେ ଚର୍ଚାରେ ରହିଛି । ଏହି ସମୟରେ ରାହୁଲ ଓ ପାଦ୍ରୀଙ୍କ ଭିତରେ ବହୁ ଆଲୋଚନା ହୋଇଥିଲା। ଏହି ଆଲୋଚନାର ଏକ ଅଂଶ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାହୁଲ ଗାନ୍ଧି ପଚାରୁଛନ୍ତି ‘ଯୀଶୁ ଭଗବାନଙ୍କ ଏକ ରୂପ ? କ’ଣ ଏହା ଠିକ୍? ଏହାର ଉତ୍ତରରେ ପାଦ୍ରୀ କହୁଛନ୍ତି, ଯୀଶୁ ହେଉଛନ୍ତି ପ୍ରକୃତ ଈଶ୍ବର… ଶକ୍ତିଙ୍କ ପରି ନୁହନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ତର୍କ ବିତର୍କ ୟୁଜରଙ୍କ ମଧ୍ୟରେ ଚାଲିଛି ।