ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପ୍ରଶାସନିକ ଆକ୍ସନ୍

 ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପ୍ରଶାସନିକ ଆକ୍ସନ୍। ଯେଉଁ ରେଷ୍ଟୁରାଣ୍ଟରେ ସୋନାଲିଙ୍କ ସହ ଅନୈତିକ କାରନାମା ଘଟିଥିଲା ତାକୁ ଗୋଆ ସରକାର ଆଜି ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଗୋଆର ଅଞ୍ଜୁନା ଠାରେ ଥିବା ବିବାଦୀୟ ରେଷ୍ଟୁରାଣ୍ଟକୁ ଭାଙ୍ଗିବା ଆରମ୍ଭ ହୋଇଛି । ଗୋଆର ପ୍ରସିଦ୍ଧ ଅଞ୍ଜୁନା ବେଳାଭୂମିରେ ଅବସ୍ଥିତ ‘କର୍ଲିଜ ରେଷ୍ଟୁରାଣ୍ଟରେ ହିଁ ସୋନାଲିଙ୍କ ମୃତ୍ୟୁର ଷଡ଼ଯନ୍ତ୍ର ରଚାଯାଇଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ  ରେଷ୍ଟୁରାଣ୍ଟରେ ହିଁ ସୋନାଲି ରଙ୍ଗିନ୍‌ ପାର୍ଟିରେ ସାମିଲ ହୋଇଥିଲେ।  ଫୋଗାଟ୍ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଏହାର ମାଲିକ ଏଡୱିନ୍ ନ୍ୟୁନ୍ସ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ । ତେବେ  ଏଡୱିନ୍ ନ୍ୟୁନ୍ସଙ୍କୁ ଜାମିନ ପ୍ରଦାନ କରାଯାଇଛି। ଉକ୍ତ ରେଷ୍ଟୁରାଣ୍ଟ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଏହାକୁ ଭଙ୍ଗାଯାଇଛି।