ଏନ୍‌ଆଇଏର ବିହାରରରେ ଜୋରଦାର ଆକ୍ସନ

ଆତଙ୍କବାଦୀ କାର୍ଯ୍ୟକଳାପର ଚେର ଧରିବା ପାଇଁ ବିହାରରେ ଏନଆଇଏ ଚଢ଼ାଉ ଜାରି ରଖିଛି । ଏନଆଇଏ ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ବିହାରର ୬ଟି ସହରର ୧୩ ଟି ସ୍ଥାନରେ ଚଢାଉ କରିଛି।

ପାଟନାର ଫୁଲୱାରି ଶରିଫ୍‌ ଅଞ୍ଚଳରେ ଯୁବପୀଢିଙ୍କୁ ଦେଶ ବିରୋଧରେ ହିଂସାକାଣ୍ଡ ଘଟାଇବା ପାଇଁ ପ୍ରଶିକ୍ଷଣ ଦେବାର କଥା ସାମନାକୁ ଆସିଥିଲା। ଏହାଛଡା ସଭା କରି ଲୋକଙ୍କୁ ଉତ୍ତେଜିତ କରି ହିଂସାକାଣ୍ଡ କରିବାର ଖୁଲାସା ହୋଇଥିଲା। ଏହାର କନେକ୍ସନ ବିହାର ଅନ୍ୟ ଜିଲ୍ଲାରେ ରହିଛି ଜଣାପଡିବା ପରେ ଗୁଇନ୍ଦା ଏଜେନ୍ସି ସହିତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମଧ୍ୟ ସତର୍କ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ଏନ୍ଆଇଏ ବିହାରର ୬ଟି ସହରରେ ଏକାଠି ଚଢାଉ କରି କିଛି ସଂନ୍ଦିଗ୍ଧଙ୍କୁ ଅଟକ ରଖିଛି ।