ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ାଉ

ପୁଣି ଟିଏମସି ପାଇଁ ବିପଦ । ଜଣକ ପର ଜଣେ ନେତାଙ୍କ ଘରେ ସିିବିଆଇ ଚଢ଼ାଉ କରିବାରେ ଲାଗିଛି । ମମତା ବାନାର୍ଜୀ ‘ସିବିଆଇ’ ପଶ୍ଚିମବଙ୍ଗ ରାଜ୍ୟର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି।

ଅନେକ ଥର ସମନ୍‌ ଜାରି କରାଯିବା ସତ୍ତ୍ବେ ମଳୟ ଘଟକ ‘ସିବିଆଇ’ରେ ହାଜର ନ ହେବାରୁ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ କରିବା ଲାଗି ‘ସିବିଆଇ’ ଟିମ୍‌ ତାଙ୍କ ବାସଭବନରେ ପହଞ୍ଚିବା ବ‌ଳେ ମନ୍ତ୍ରୀ ଘଟକ ଉପସ୍ଥିତ ନ ଥିଲେ। ଅଭିଷେକ ବାନାର୍ଜୀଙ୍କ ପରେ ମଳୟଙ୍କ ଘରେ ସିବିଆଇ ଚଢ଼ାଉ କରିଛି । କୋଇଲା ଦୁର୍ନୀତି ମାମଲାରେ ‘ସିବିଆଇ’ କୋଲ୍‌କାତାର ୫ଟି ଏବଂ ଆସାନସୋଲ୍‌ରେ ୧ଟି ସ୍ଥାନରେ ଚଢ଼ାଉ ଚଳାଇଛି।