ସମବାୟ ନୀତି ପାଇଁ ଜାତୀୟସ୍ତରୀୟ କମିଟି ଘୋଷଣା କଲେ ଶାହ

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଜାତୀୟ ସମବାୟ ନୀତି ଘୋଷଣା କରିଛନ୍ତି । ନୂତନ ସମବାୟ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ବୋଲି କହିଛନ୍ତି ଶାହ । ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଏହି କମିଟି ଦେଶରେ ବିଭିନ୍ନ ଭାଗରୁ ୪୭ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି।

ଏହି କମିଟିରେ ସମବାୟ କ୍ଷେତ୍ର, ଜାତୀୟ, ରାଜ୍ୟ, ଜିଲ୍ଲା ଓ ପ୍ରାଥମିକ ସମବାୟ ସମିତି ବିଶେଷଜ୍ଞ, ସମବାୟ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତିର ପଞ୍ଜିକାର ଓ କେନ୍ଦ୍ର ମନ୍ତ୍ରଣାଳୟ/ବିଭାଗର ଅଧିକାରୀଗଣ ସଦସ୍ୟ ରହିଛନ୍ତି।