୩୫ଟି ସ୍ଥାନରେ ଚଢ଼ାଉ କରୁଛି ଇଡି
ଦିଲ୍ଲୀ ଅବକାରୀ ନୀତି ମାମଲାରେ ମଙ୍ଗଳବାର ୩୫ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅଭିଯୁକ୍ତ ସମୀର ମହେନ୍ଦ୍ରଙ୍କ ଘରେ ଇଡି ଚଢ଼ାଉ ଆରମ୍ଭ କରିଛି। ସହରର ବିଭିନ୍ନ ସ୍ଥାନରେ ଇଢ଼ି ଚଢ଼ାଉ ଜାରି ରଖିଛି। ଏହାବ୍ୟତୀତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ୍, ମୁମ୍ବାଇ ଆଦି ସ୍ଥାନରେ ବି ଚଢ଼ାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।ଆମ୍ ଆଦମୀ ପାର୍ଟି(ଆପ୍) ପକ୍ଷରୁ ଗଣମାଧ୍ୟମରେ ସୂଚନା ଦିଆଯାଇଛି ଯେ ସିବିଆଇ ଦ୍ବାରା ହୋଇଥିବା ଯାଞ୍ଚ୍ରେ ଅବକାରୀ ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ କିମ୍ବା ଅଫିସ୍ରେ ଇଡି ଟିମ୍ ପହଞ୍ଚି ଏପର୍ଯ୍ୟନ୍ତ କୌଣସି ପ୍ରକାରର ଚଢ଼ାଉ କରିନାହାନ୍ତି। ଗତମାସ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା।