ଅର୍ଡର ଦେବାର ୧୩.୫ ସେକେଣ୍ଡରେ ମିଳେ ଖାଇବା

ଅର୍ଡର ଦେବାର ୧୩.୫ ସେକେଣ୍ଡରେ ମିଳେ ଖାଇବା

ମେଟ୍ରୋ ଟିଭି ଓଡିଶା,୧୫/୧: ଭଲ ପର୍ବପର୍ବାଣୀରେ ଆମକୁ ବାହାରେ ଖାଇବାକୁ ଭଲ ଲାଗେ । କିନ୍ତୁ ଏଠାରେ ଖାଇବା ପାଇ ବହୁତ ସମୟ ଲାଗେ । ଏମିତି ରେସ୍ତୋରାଁ ଅଛି ଯେଉଠି ଗ୍ରାହକଙ୍କୁ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିବାକୁ ପଡେ । ଏହି ପରିପ୍ରେକ୍ଷୀରେ ବିଶ୍ୱରେ ଏପରି ଏକ ରେସ୍ତୋରା ରହିଛି ଯେଉଠି ଗ୍ରାହକଙ୍କ ମୁହଁରୁ ଶୁଣିବା ମାତ୍ରେ ଯନ୍ତ୍ର ପରି ଖାଇବା ଆଣି ଦେଇଥାନ୍ତି । ସ୍ପେନର କାର୍ନେ ଗରିବାଲ୍‌ଡ ନାମକ ରେସ୍ତୋରାଁରେ ଅର୍ଡର ପାଇବା ମାତ୍ରେ ମାତ୍ର ୧୩ରୁ ୧୪ ସେକେଣ୍ଡ ଭିତରେ ଖାଇବା ମିଳିଯାଏ । ଏହି ରେସ୍ତୋରାଁକୁ ଗିନିଜ ବୁକ ଅଫ ୱାଲ୍ଡରେ ସ୍ଥାନ ଦିଆଯାଇଛି ।

ଏହି ରୋସ୍ତୋରାଁରେ ସବୁଠୁ ଲୋକପ୍ରିୟ ବ୍ୟଞ୍ଜନ ହେଉଛି କର୍ଣ୍ଣ ଏନ୍ ସୁ ଜୁଗୋ ଯାହା ବହୁତ କନ ପରଷା ଯାଏ । ଗ୍ରାହକଙ୍କ ପାଇଁ ମେକ୍ସିକାନ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ । ଏତେ କମ ସମୟରେ ଖାଦ୍ୟ ପରିଷା ଯାଉଥିବାରୁ ୱେଟରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥାଏ । ଏ ସମ୍ପର୍କରେ ରୋସ୍ତୋରାଁ ମ୍ୟାନେଜର କୁହନ୍ତି, ଏହି ଫଟାଫଟ ଖାଦ୍ୟ ଦେବା ଏଜ ଖେଳରୁ ଆରମ୍ଭ ହୋଇଥିଲା ଯାହା ଏବେ ରେସ୍ତୋରାଁର ନାଁ କରୁଛି ।