ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାମଲା ବିଚାରାଧୀନ ରହିଛି

ଦେଶରେ ଦିନକୁ ଦିନ ଘରୋଇ ହିଂସା ମାମଲା ବଢ଼ିବାରେ ଲାଗିଛି । ତେବେ ମାମଲା ସମାଧାନ ହେବାର ନା ଧରୁନାହିଁ । ଏବେ ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାମଲା ବିଚାରାଧୀନ ରହିଛି ।

ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍‍ଏଏଲଏସ୍‍ଏ) ପକ୍ଷରୁ ଦାଖଲ ତଥ୍ୟରୁ ଜଣାଯାଇଛି ଯେ ଦେଶରେ ଘରୋଇ ହିଂସା ମାମଲା ବଢ଼ିବଢ଼ି ଚାଲିଛି । ୨୦୨୨ ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଦେଶରେ ମୋଟ ୧,୧୯,୩୩୫୯ଟି ଘରୋଇ ହିଂସା ମାମଲା ପଞ୍ଜିକୃତ ହୋଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୨,୦୨,୮୮୦ ଏହିଭଳି ମାମଲା ପଞ୍ଜିକୃତ ହୋଇଥିବାବେଳେ ମହାରାଷ୍ଟ୍ରରେ ୧,୯୬,୭୧୭ଟି ମାମଲା ପଞ୍ଜିକୃତ ହୋଇଛି।

ସେପଟେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ମହିଳାମାନଙ୍କ ଉପରେ ମୋଟ 3153 ଘରୋଇ ହିଂସା ମାମଲା 2020 ରେ ଦାଖଲ ହୋଇଥିବାବେଳେ 2021 ରେ 4889 ପର୍ଯ୍ୟନ୍ତ ମାମଲା ଏବଂ 30 ଏପ୍ରିଲ 2022 ପର୍ଯ୍ୟନ୍ତ 1430 ମାମଲା ପଞ୍ଜିକୃତ ହୋଇଥିଲା।