୨ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ନିହତ

ଉତ୍ତର କଶ୍ମୀରର ସୋପୋର ରେ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ ହୋଇଥିଲା । ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଗୁଳି ବିନିମୟ ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ’ ସହିତ ସଂଶ୍ଳିଷ୍ଟ ଥିବା ଉକ୍ତ ଆତଙ୍କବାଦୀ ଦୁହେଁ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିଲେ।