ଅଭିଜିତ ସେନଙ୍କ ଦେହାନ୍ତ

ଅର୍ଥନୀତିଜ୍ଞ, ଯୋଜନା କମିସନ୍‌ର ପୂର୍ବତନ ସଦସ୍ୟ ତଥା ଦେଶର ଗ୍ରାମୀଣ ଅର୍ଥନୀତି‌ରେ ଅତ୍ୟନ୍ତ ପ୍ରବୀଣ ଅଭିଜିତ ସେନ ସୋମବାର ରାତିରେ ୭୨ ବର୍ଷ ବୟସରେ ନୂଆଦିଲ୍ଲୀରେ ମୃତ୍ୟୁବରଣ କରିଛନ୍ତି।ତାଙ୍କ ଭାଇ ପ୍ରଣବ ସେନ କହିଛନ୍ତି, ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍‌ଘାତ ହେଲା। ଆମେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଗଲୁ, କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ସବୁ ଶେଷ ହୋଇଯାଇଥିଲା।୪ ଦଶନ୍ଧିରୁ ଅଧିକ କାଳ କ୍ୟାରିୟର୍‌ରେ ଅଭିଜିତ ନୂଆଦିଲ୍ଲୀର ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟର ‘ସେଣ୍ଟର୍‌ ଫର୍‌ ଇକୋନୋମିକ୍‌ ଷ୍ଟଡିଜ୍‌ ଆଣ୍ଡ୍‌ ପ୍ଲାନିଙ୍ଗ୍‌’ ରେ ଅର୍ଥନୀତି ଅଧ୍ୟାପନା କରୁଥିଲେ। ‘କମିସନ୍‌ ଅଫ୍‌ ଏଗ୍ରିକଲ୍‌ଚୁରାଲ୍‌ କଷ୍ଟ୍‌ ଆଣ୍ଡ୍‌ ପ୍ରାଇସ୍‌’ ସମତେ ସେ କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ସରକାରୀ ପଦବୀରେ ରହିଥିଲେ।