ପାକିସ୍ତାନରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର
ପାକିସ୍ତାନର ଲାହୋର ଓ ପଞ୍ଜାବ ସମେତ ଅନେକ ସ୍ଥାନରେ ହନ୍ତସନ୍ତ କଲାଣି ବନ୍ୟା ବିତ୍ପାତ। ବନ୍ୟା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବଜାରକୁ ଫଳ ଓ ପନିପରିବା ଆଦି ଠିକ ଭାବରେ ଯୋଗାଣ ହୋଇପାରୁନଥିବାରୁ ଆକାଶଛୁଆଁ ହୋଇଛି ପରିବା ଦଳ। ବିଶେେସୂତ୍ରରୁ ମିଳିଥିବା ଖବର ମୁତାବକ ପାକିସ୍ତାନରେ ଟମାଟୋ କେଜି ୫୦୦ଟଙ୍କା ଥିବା ବେଳେ ୪୦୦ଟଙ୍କା ପ୍ରତିକିଲୋ ମିଳୁଛି ପିଆଜ। ଲୋକଙ୍କ ପକ୍ଷେ ଏତେ ଟଙ୍କା ଦେଇ ପରିବା କିଣିବା ସମ୍ଭବ ହେଉନଥିବା କୁହାଯାଇଛି। ଏମିତିରେ ପାକିସ୍ତାନରେ ଟମାଟୋ ଓ ପିଆଜ ଉତ୍ପାଦନ ଅଭାବ ହେତୁ ଭାରତରୁ ଆମଦାନୀ କରିବା ନେଇ ଚର୍ଚ୍ଚା ହେଉଛି।ସୂୂଚନାଯୋଗ୍ୟ ଯେ, ପାକିସ୍ତାନର ଲାହୋର ବଜାରର ହୋଲସେଲର ଜାୱାଦ ରିଜଭି ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ରବିବାର ଦିନ ଲାହୋର ବଜାରରେ ଟମାଟୋ ଏବଂ ପିଆଜର ମୂଲ୍ୟ ଯଥାକ୍ରମେ ୫୦୦ ଏବଂ ୪୦୦ ଟଙ୍କା ପ୍ରତି କିଲୋ ରହିଛି। ତେବେ ରବିବାର ବଜାରରେ ଟମାଟୋ ଏବଂ ପିଆଜ ସମେତ ଅନ୍ୟାନ୍ୟ ପନିପରିବା ନିୟମିତ ବଜାରମୁଲ୍ୟ ତୁଳନାରେ ୧୦୦ ଟଙ୍କା ଅଧିକରେ ବିକ୍ରି ହେଉଛି।