ଅଧୁରା ରହିଲା ଟିମ୍ ଇଣ୍ଡିଆରେ ସ୍ୱପ୍ନ,ଦକ୍ଷିଣ ଆଫ୍ରିକା ହାତରେ ସିରିଜ

ଅଧୁରା ରହିଲା ଟିମ୍ ଇଣ୍ଡିଆରେ ସ୍ୱପ୍ନ,ଦକ୍ଷିଣ ଆଫ୍ରିକା ହାତରେ ସିରିଜ

ମେଟ୍ରୋ ଟିଭି ଓଡିଶା,୧୫/୧: ଟିମ୍ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଯାଇଛି । ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ହାରିଛି ଭାରତ । କେପଟାଉନ୍ ଟେଷ୍ଟର ଚତୁର୍ଥ ଦିନରେ ୭ ୱିକେଟରେ ହାରିଛି ଭାରତ । ଏଥିସହିତ ୨-୧ରେ ଦକ୍ଷିଣ ଆଫ୍ରିକା ହାତକୁ ସମର୍ପି ଦେଇଛି ସରିଜ ବିଜୟ ମୁକୁଟ ।
ଘଟଣାବହୁଳ ସିରିଜର ଶେଷ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆଗରେ ଜିତିବା ପାଇଁ ୨୧୧ ରନର ଲକ୍ଷ୍ୟ ସ୍ଥିର କରିଥିଲା । କିନ୍ତୁ ଘରୋଇ ଟିମ୍ ଭାରତୀୟ ବୋଲରମାନଙ୍କୁ ଜିତିବାର କୌଣସି ସୁଯୋଗ ଦେଇନଥିଲେ । ଭାରତ ପ୍ରଥମ ଇନିଂସ୍ରେ ୨୨୩ ରନ୍ କରି ଦକ୍ଷିଣ ଆଫ୍ରିକାକୁ ୨୧୦ ରନ୍ରେ ଅଲ୍ଆଉଟ୍ କରିଥିଲା । ମାତ୍ର ୧୩ ରନ୍ର ଲିଡ୍ ନେଇଥିଲା । ହେଲେ ଦ୍ୱିତୀୟ ଇନିଂସ୍ରେ ମାତ୍ର ୧୯୮ ରନ୍ କରି ପାରିଥିଲା । ବ୍ୟାଟରମାନେ ଫେଲ୍ ମାରିବାରୁ ଚାରି ଦିନରେ ମ୍ୟାଚ୍ ସରିଲା ଏବଂ ଘରୋଇ ଦଳ ୩ ଓ୍ଵିକେଟ୍ରେ ୨୧୨ ରନ୍ କରି ମ୍ୟାଚ୍ ଓ ସିରିଜ୍ ଜିତିଗଲା । ଦଳ ପକ୍ଷରୁ ପ୍ରଥମ ଇନିଂସ୍ର ସଫଳ ବ୍ୟାଟର କିଗନ ପିଟରସନ୍ ପୁଣି ଏକ ଜୋରଦାର ପାଳି ଖେଳି ୮୨ ରନ୍ କରିଥିଲେ । ଏଲଗାର ୩୦, ଭାନ୍ ଡେର ଡୁସେନ୍ ୪୧ ଏବଂ ବଭୁମା ଅପରାଜିତ ୩୨ ରନ୍ ସ୍କୋର କରିଥିଲେ । ଭାରତୀୟ ଦଳ ଅଷ୍ଟମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଖେଳିଥିଲେ ବି କୌଣସି ଗୋଟିଏ ସିରିଜ ହାତେଇବା ପାଇଁ ସଫଳ ହୋଇପାରିଲା ନାହିଁ । କେବଳ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସିରିଜକୁ ୧-୧ରେ ଡ୍ର’ ରଖିବାରେ ସକ୍ଷମ ହୋଇଥିଲା ।
୨୦୧୦-୧୧ ମସିହାରେ , ଭାରତୀୟ ଦଳ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା । ଭାରତ ଚମତ୍କାର ପ୍ରଦର୍ଶନ କରି ତିନି ମ୍ୟାଚ୍ ଟେଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା ଜ୍ଝ ତେବେ ୨୦୧୩-୧୪ରେ ଧୋନିଙ୍କ ଅଧିନାୟକତ୍ବରେ ଭାରତ ପୁଣି ଥରେ ଆଫ୍ରିକୀୟ ମାଟିରେ ସିରିଜ ପରାଜୟର ମୁହଁ ଦେଖିଥିଲା । ଏଥର ଧୋନି ବ୍ରିଗେଡକୁ ୦-୧ ପରାଜୟର ସାମ୍ନା କରିବାକୁ ପଡିଥିଲା ।