ଟି-୨୦ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ସୁପର ସଣ୍ଡେରେ ସୁପର ସୋ । ଆଜି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଏସିଆ କପରେ ଆଜି ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଦୁବାଇର ଇଂଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଗତବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନଠୁ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ସବୁପ୍ରକାର ଚେଷ୍ଟା କରିବେ ରୋହିତ ବାହିନୀ ।ଏସିଆ କପର ମୋଟ ପରିସଂଖ୍ୟାନ କିନ୍ତୁ ଭାରତ ସପକ୍ଷରେ ରହିଛି । ଏସିଆ କପର ଟି-୨୦ ଫର୍ମାଟରେ ଉଭୟ ଦଳ ୯ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୬ ଥର ଓ ପାକିସ୍ତାନ ୨ଥର ବିଜୟୀ ହୋଇଛି । ଅନ୍ୟ ଗୋଟିଏ ମ୍ୟାଚ୍ ଟାଇ ରହିବା ପରେ ଭାରତ “ବୋଲ ଆଉଟ୍’ରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚରେ ଦୁଇ ଦଳର ମୁଖ୍ୟ ଷ୍ଟ୍ରାଇକ ବୋଲର ଯଶପ୍ରୀତ ବୁମରା ଓ ସାହିନ ଆଫ୍ରିଦିଙ୍କୁ ଦେଖିବାକୁ ମିଳିବ ନାହିଁ । ତେବେ ଏବେ ଫର୍ମରେ ନଥିବା ବିରାଟ କୋହଲି ଓ ପାକିସ୍ତାନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବାବର ଆଜମଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।