ଦଳୀୟ ବିଧାୟକଙ୍କୁ ଗୋଟିଏ ସ୍ଥାନକୁ ନେଲେ ହେମନ୍ତ ସୋରେନ 

ଝାଡଖଣ୍ଡରେ ନିଜ ଦଳର ବିଧାୟକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚି ଠାରେ ମୁଖ୍ୟମନ୍ତ୍ରୀଙ୍କ ଭବନରେ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ନେଇ ଏକ ସୁରକ୍ଷିତ ରିସୋର୍ଟକୁ ଯାଇଛନ୍ତି ହେମନ୍ତ ।

ହେମନ୍ତଙ୍କ ନିର୍ଦ୍ଦେଶରେ ଦଳର ସମସ୍ତ ବିଧାୟକଙ୍କ ମୋବାଇଲ ଫୋନକୁ ସ୍ୱିଚ୍ ଅଫ୍ କରିଦିଆଯାଇଛି । ସମସ୍ତ ବିଧାୟକଙ୍କୁ ଝାଡଖଣ୍ଡର ଏକ ରିସୋର୍ଟରେ ସୁରକ୍ଷିତ ଭାବେ ରଖାଯାଇଛି ।