ବାରବାଟିରେ ଲିଜେଣ୍ତସ୍‌ ଲିଗ୍‌ ଟିକେଟ

ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରେ ଲିଜେଣ୍ତ୍ସ ଲିଗ୍‌ ବାରବାଟୀକୁ ଆସୁଛି । ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ତ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଆୟୋଜନ ହେବ । ଆୟୋଜକ ଆବସୋଲ୍ୟୁଟ ଲିଜେଣ୍ତ୍ସ ସ୍ପୋର୍ଟ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବୁଧବାର ଔପଚାରିକ ଭାବେ ଓସିଏକୁ ଚିଠି କରି ପ୍ରତିଯୋଗିତା ବିଷୟରେ ଜଣାଇ ଦିଆଯାଇଛି । ଫଳରେ ଏଠାରେ ମ୍ୟାଚ୍‌ ହେବା ନେଇ ଯେଉଁ ଦ୍ବନ୍ଦ୍ବ ରହୁଥିଲା ତାହା ଦୂର ହୋଇଛି। ୨୭, ୨୯ ଓ ୩୦ ତାରିଖରେ ତିନିଟି ମ୍ୟାଚ୍‌ ଖେଳାଯିବ। ହେଲେ କେଉଁ ଦଳ ଅ˚ଶଗ୍ରହଣ କରୁଛନ୍ତି, ସେନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ଅସିନଥିବା ସ˚ଜୟ କହିଛନ୍ତି।