ଇଂରାଜୀ ଭାଷା ପାଇଁ ଜନତାଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ ।
ଇଂରାଜୀ ମୋହ ଯୋଗୁଁ ଭାରତରେ ଲୋକଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ । ଲୋକଙ୍କର ଦକ୍ଷତା ଥିଲେ ମଧ୍ୟ ମାତ୍ର ୫% ଉପଯୋଗ କରୁଛି ଭାରତ। ଭାଷା ନିର୍ବିଶେଷରେ ସମଗ୍ର ଦକ୍ଷତାକୁ ଉପଯୋଗ କରାଗଲେ ଆନ୍ତର୍ଜାତିକସ୍ତରରେ ଦେଶ ଆହୁରି ପରିଚୟ ସୃଷ୍ଟି କରିପାରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସେ କହିଛନ୍ତି ଯେ ନିଜ ନିଜର ମାତୃଭାଷାରେ ପାଠ ପଢିଥିବା ୯୫% ପିଲାଙ୍କ ମେଧା ବା ଦକ୍ଷତା ଅବ୍ୟବହୃତ ହୋଇ ରହୁଥିବାରୁ ଭାରତ ଆମର ବିକାଶକୁ ସୀମିତ କରି ପକାଉଛି। ନୂତନ ଶିକ୍ଷାନୀତି ୨୦୨୦’ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ଶାହ ଏପରି କହିଛନ୍ତି ।