ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ ବୋଲି ଜଣାଯାଇଛି। ତେବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବବତ ପରୀକ୍ଷା ୩ଟି ସିଟିଂରେ ହେବ। ସକାଳ ୯ରୁ ଅପରାହ୍ନ ୪.୩୦ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି।
ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସ୍ସି) ଆସିଷ୍ଟାଣ୍ଟ ସେକସନ ଅଫିସର(ଏଏସଓ) ପରୀକ୍ଷାକୁ ବାତିଲ କରିଥିଲା।