ରାଜ୍ୟରେ ଦିନକୁ ୧୦ହଜାର ଉପରେ ସଂକ୍ରମଣ
ମେଟ୍ରୋ ଟିଭି ଓଡିଶା,୧୫/୧: କରୋନାର କାୟା ବଢିବାରେ ଲାଗିଛି । ଏହି କରୋନା ଯୋଗୁ ଲଗାତର ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୮.୪୩ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫୦୦ ନୂଆ ଆକ୍ରାନ୍ତ ହୋଇଛନ୍ତି ।
ରାଜ୍ୟରେ ୨୪ ଘଣ୍ଟାରେ ୭୪ ହଜାର ୯୩୬ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍ କେସ୍ ରହିଛି ୬୧ ହଜାର ୮୦୯ ।