ଟ୍ରେଣ୍ଡ ହେଉଛି ବୟକଟ୍ ଆମାଜନ
ସୋସିଆଲ ମିଡ଼ିଆ ସାଇଟ ଟ୍ବିଟରରେ #Boycott_Amazon ଟ୍ରେଣ୍ଡ ଚାଲୁଛି । ବହୁ ୟୁଜର୍ସ ଇ-କମର୍ସ ଓ୍ବେବସାଇଟରେ ରାଧା ଏବଂ କୃଷ୍ଣଙ୍କ ଏକ ପେଣ୍ଟିଂକୁ ନେଇ ଟାର୍ଗେଟ କରିଛନ୍ତି । ଲୋକମାନେ ଏହି ପେଣ୍ଟିଂକୁ ଅଶ୍ଳୀଳ କହୁଛନ୍ତି । ହିନ୍ଦୁ ଜନ ଜାଗୃତି ସମିତି ଏହି ଘଟଣାକୁ ନେଇ ଏକ ଏତଲା ଦେଇଛି । ହିନ୍ଦୁ ସଂଗଠନର ସଦସ୍ୟ ବେଙ୍ଗାଲୁରର ସୁବ୍ରମଣ୍ୟ ନଗର ପୁଲିସ ଷ୍ଟେଶନକୁ ଏକ ସ୍ମାରକପତ୍ର ଦେବା ସହ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି ।ସଂଗଠନ ପକ୍ଷରୁ କୁହାଯାଇଛି କି ଜନ୍ମାଷ୍ଟମୀ ସେଲ ମାଧ୍ୟମରେ ଏକ୍ସୋଟିକ ଇଣ୍ଡିଆ ନିଜ ଓ୍ବେବସାଇଟରେ ବି ଏହି ପେଣ୍ଟିଂକୁ ବିକ୍ରି କରିଥିଲା, ଯାହାକୁ ବିରୋଧ କରାଯାଇଛି । ପରେ ଏକ ଟ୍ବିଟରେ ସଂଗଠନ ପକ୍ଷରୁ କୁହାଯାଇଛି କି ଆମାଜନ ଏବଂ ଏକ୍ସୋଟିକ୍ ଇଣ୍ଡିଆ ଉଭୟେ ନିଜ ଓ୍ବେବସାଇଟରେ ପେଣ୍ଟିଂକୁ ହଟାଇ ଦେଇଛନ୍ତି । ମାତ୍ର ଏହା ପର୍ଯ୍ୟାପ୍ତ ନୁହେଁ । ଆମାଜନ ଏବଂ ଏକ୍ସୋଟିକ ଇଣ୍ଡିଆ ଉଭୟଙ୍କୁ ବିନା ସର୍ତ୍ତରେ ଭୂଲ ମାଗିବା ଆବଶ୍ୟକ । ଏହାସହ ପୁଣି କେବେ ହିନ୍ଦୁ ଭାବନାକୁ କୁଠାରଘାତ ନ ପହଞ୍ଚାଇବାକୁ ସଂକଳ୍ପ ନେବା ଆବଶ୍ୟକ ରହିଛି ।