ବଜାରକୁ ଆସିବ କିଆ କ୍ୟାରେନ୍ସ ଏମପିଭି କାର୍ ,ଜବରଦସ୍ତ ଫିଚର
ମେଟ୍ରୋ ଟିଭି ଓଡିଶା,୧୪/୧: କିଆ ମୋଟର ଇଣ୍ଡିଆ ବହୁତ ଜଲଦି ମାର୍କେଟକୁ ନିଜର ବହୁତ ଦମଦାର କାର କିଆ କ୍ୟାରେନ୍ସ ଏମପିଭି କୁ ଲଞ୍ଚ କରିବାକୁ ଯାଉଛି। ଯେଉଁଥିପାଇଁ କମ୍ପାନୀ ଆଜି ଠାରୁ ବୁକିଙ୍ଗ ଆରମ୍ଭ କରିଦେଇଛି। କିଆର ଏହି ଜବରଦସ୍ତ କାରକୁ ଆପଣ ୨୫,୦୦୦ ଟଙ୍କା ଟୋକନ ରାଶି ଦେଇ ବୁକ କରିପାରିବେ। ଆଉ ଆଗାମୀ କିଛି ଦିନ ଭିତରେ କମ୍ପାନୀ ଏହି କାରକୁ ଭାରତରେ ଲଞ୍ଚ କରିବ। ଜବରଦସ୍ତ ଫିଚର ଥିବା ଏହି କାରରେ ୬ ରୁ ୭ଟି ସିଟର ବ୍ୟବସ୍ଥା ରହିଛି। ଏହି କାରର ଆନୁମାନିକ ମୂଲ୍ୟ ୧୬-୧୮ ଲକ୍ଷ। କିଆ କ୍ୟାରେନ୍ସକୁ ପଇସା ବସୁଲ ଗାଡି ବନାଇବା ପାଇଁ କମ୍ପାନୀ ଏଥିରେ ବହୁତ ବଢିଆ ଫିଚର୍ସ ଦିଆଯାଇଛି। ଯେଉଁଥିରେ ଏହି ଏମପିଭି ଏକ ଦମଦାର ବିକଳ୍ପ ସାଜି ସାମ୍ନାକୁ ଆସିବ। ଏହି କାରରେ ପ୍ୟାନରମିକ ସନରୁଫ ଦିଆଯାଇଛି। କିଆ ନିଜର ନୂଆ କ୍ୟାରେନ୍ସ କାରରେ ସିଙ୍ଗଲ-ପେନ ସନରୁଫ ଦିଆଯାଇଛି।
ଏହାର କାରଣ ହେଉଛି ଏହାର ଛାତ ଉପରେ ସେକେଣ୍ଡ ଏବଂ ଥାର୍ଡ ସିଟରେ ବସିଥିବା ଯାତ୍ରୀଙ୍କ ପାଇଁ ଛାତରେ ଏସି ୱେଣ୍ଟସ ଲଗାଯାଇଛି। କିଆ କ୍ୟାରେନ୍ସ ସହିତ ମିଳୁଥିବା ତିନି ଇଞ୍ଜିନ ବିକଳ୍ପରେ ସବୁଠୁ ଦମଦାର ୧.୪ ଲିଟର ଚାରି-ସିଲିଣ୍ଡର ଟରବୋ-ପେଟ୍ରୋଲ ଇଞ୍ଜିନ ରହିଛି ଯାହା ୧୪୦ ହର୍ଷପାୱାର ବନାଇଥାଏ। ୬ ସ୍ପୀଡ଼ ମନୁଆଲ ସହିତ ୭ ସ୍ପୀଡ଼ ଡିସିଟି ଗୀୟରବକ୍ସ ସହ ଲେସ ରହିଛି। ଡିସିଟି ଭାରିଏଣ୍ଟ ପ୍ୟାଡଲ ସିଫଟର୍ସ ସହିତ ଆସିଥାଏ। ମୁକାବିଲାରେ ଏହି ଫିଚର କେବଳ ମହିନ୍ଦ୍ରା ମରଜୋ ଡିଜେଲ ଭାରିଏଣ୍ଟକୁ ମିଳିଛି। ସେହିପରି ଆର୍ଟିଗା ଏବଂ ଏକ୍ସଏଲ୬ ପେଟ୍ରୋଲ ଭାରିଏଣ୍ଟ ପ୍ୟାଡଲ ସିଫଟର୍ସ ସହିତ ଆସୁଛି।