ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀଲଙ୍କାରେ ହୋଇପାରେ ୨୦୨୨ ଆଇପିଏଲ

ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀଲଙ୍କାରେ ହୋଇପାରେ ୨୦୨୨ ଆଇପିଏଲ

ମେଟ୍ରୋ ଟିଭି ଓଡିଶା,୧୪/୧: ଆଇପିଏଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷର ଆଇପିଏଲ ଏକ ରୋମାଞ୍ଚାଭରା ହେବ ବୋଲି ସୂଚନା ମିଳୁଛି । କୁହାଯାଉଛି ଯେ ଚଳିତଥର ଭାରତ କିମ୍ବା ୟୁଏଇ ନୁହେଁ, ବରଂ ଏକ ନୂଆ ଦେଶରେ ଅନୁଷ୍ଠିତ ହେବ। ସୂଚନା ମୁତାବକ, ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ ଆଇପିଏଲ୍। ଗୁରୁବାର ଦିନ ଏକ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତରେ କରୋନା ମହାମାରୀର ତୃତୀୟ ଲହରୀ ଏପ୍ରିଲ ମାସ ପ୍ରାରମ୍ଭ ମଧ୍ୟରେ ଶେଷ ହେବା ଭଳି ସ୍ଥିତି ନାହିଁ। ଏଣୁ ଚଳିତ ଥର ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀ ଲଙ୍କାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆୟୋଜିତ ହୋଇପାରେ।
ଗତବର୍ଷ ଆଇପିଏଲ୍ର ୧୪ ତମ ସିଜନ୍ ମେ’୪ ପରେ ବନ୍ଦ କରାଯାଇଥିଲା। ଟିମ୍ର କିଛି ସଦସ୍ୟ ସଂକ୍ରମିତ ହେବା ପରେ ଖେଳକୁ ତୁରନ୍ତ ବନ୍ଦ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ବାକି ତକ ମ୍ୟାଚ୍ ୟୁଏଇରେ ଖେଳାଯାଇଥିଲା। ଗତବର୍ଷ ୧୫ ଅକ୍ଟୋବରରେ ଆଇପିଏଲ୍ର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ ହୋଇଥିଲା।