ନିର୍ବାଚନ ପାଇଁ ରଣନୀତି: ମହାରାଷ୍ଟ୍ର ଯାତ୍ରାରେ ବାହାରିବେ ଆଦିତ୍ୟଠାକରେ

ସରକାରରୁ ଯିବା ପରେ ଏବେ ଆଦିତ୍ୟ ଠାକରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ନିଜ ସପକ୍ଷକୁ ଆଣିବାକୁ ନୂଆ ରଣନୀତି କରିଛନ୍ତି । ମହାରାଷ୍ଟ୍ର ଯାତ୍ରାରେ ବାହାରିବାକୁ ସେ ଘୋଷଣା କରିଛନ୍ତି । ଶିବସେନା ବିଧାୟକ ଆଦିତ୍ୟ ଠାକରେ ଏବେ ପୁଣି ଦଳକୁ ଏକଜୁଟ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଭୋଟ ପାଇଁ ନୁହଁ ଲୋକଙ୍କ ଆଶୀର୍ବାଦ ପାଇଁ ସେ ଯାତ୍ରା ଜାରି  ରଖିବେ ବୋଲି କହିଛନ୍ତି।

ମହାରାଷ୍ଟ୍ରର ରାଜନୀତି ସମୀକରଣକୁ ନେଇ ଆଦିତ୍ୟ ଠାକରେ କହିଛନ୍ତି ଯେ, ଆମେ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଜାରି ରଖିବୁ। ଏବେ ଦଳର ଅନେକ ନେତା କାର୍ଯକର୍ତ୍ତା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଛନ୍ତି ।