ବିପଦରେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌

ବିପଦରେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ବଟି ମାଗିବା ଅଭିଯୋଗରେ ଅଭିଯୁକ୍ତ କରିଛି ସପ୍ଲିମେଂଟାରି ଚାର୍ଜସିଟ ଦାଖଲ କରିଛି ।

‘କୋନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଅଭିଯୁକ୍ତ ହୋଇଥିବା ମାମଲାରେ ପୂର୍ବରୁ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଏପର୍ଯ୍ୟନ୍ତ କେବଳ ପଚରାଉଚରା କରାଯାଇଥିଲା। ବଟି ଆଦାୟ ଅର୍ଥରୁ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ଭାଗ ପାଉଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଛି। ଫର୍ଣ୍ଣାଡିଜ୍‌ଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ  ଉପହାର ଦେଇଥିଲେ ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଥିଲା। ଏଯାବତ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ଫର୍ଣ୍ଣାଡିଜ୍‌ଙ୍କର ୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ‘ଆଟାଚ୍‌’ କରିଛି।