ମିଳିତ ଜାତିସଂଘର ସୂଚନା, ୩ୟ ଲହର ପାଇଁ ସତର୍କ ରହୁ ଭାରତ

ମିଳିତ ଜାତିସଂଘର ସୂଚନା, ୩ୟ ଲହର ପାଇଁ ସତର୍କ ରହୁ ଭାରତ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଲାଣି ଏହା ସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଦିନକୁ ଦିନ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାରିସଂଘ ଭାରତକୁ ଚେତାବନୀ ଦେଇଛି ।

ସୂଚନା ଅନୁସାରେ , ମିଳିତ ଜାତିସଂଘର ବିଶ୍ୱ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା ୨୦୨୨ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ କୋଭିଡ୍-୧୯ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ ଭାରିଆଣ୍ଟର ନୂତନ ଲହର ମୃତ୍ୟୁ ସଂଖ୍ୟାକୁ ବୃଦ୍ଧି କରିପାରେ। ଆର୍ଥିକ କ୍ଷତି ମଧ୍ୟ ପୁଣିଥରେ ବୃଦ୍ଧି ପାଇବାର ଅନୁମାନ କରାଯାଇଛି। ରିପୋର୍ଟରେ କୁହାଯାଇଛି କି, ଭାରତରେ ଡେଲଟା ଭାରିଆଣ୍ଟ ସଂକ୍ରମଣର ଏକ ଘାତକ ଲହର ଏପ୍ରିଲ ଏବଂ ଜୁନ୍ ମଧ୍ୟରେ ୨,୪୦,୦୦୦ ଲୋକଙ୍କ ଜୀବନ ନେଇଥିଲା। ଆର୍ଥିକ ସୁଧାର ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଗକୁ ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ। ମିଳିତ ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ଅଣ୍ଡର ସେକ୍ରେଟେରୀ ଲିୟୁ ଜେନମିନ୍ କହିଛନ୍ତି ଯେ ଏକ ସମନ୍ୱିତ ତଥା ସ୍ଥାୟୀ ବିଶ୍ୱସ୍ତରୀୟ ଆଭିମୁଖ୍ୟ ବିନା କୋଭିଡ୍-୧୯କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଏହି ମହାମାରୀ ବିଶ୍ୱ ଅଭିବୃଦ୍ଧି ଲାଗି ସବୁଠାରୁ ବଡ ବିପଦ ସାଜିପାରେ। ଏପଟେ ଲକଡାଉନ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଦି ଜୀବନ ସହ ଜୀବିକାକୁ ଗୁରୁତ ଦେଇଛନ୍ତି । କରୋନାରେ ଟୀକାକରଣ କରିବା ମୁଖ୍ୟ ଉପାୟ ହେବ ବୋଲି କହିଛନ୍ତି ମୋଦି । ଏବେ ସୁଦ୍ଧା ଭାରତ ୧୫୪ କୋଟିରୁ ଅଧିକା ଟିକା ନେଇସାରିଲେଣି ।