ଟିଆର୍‌ଏସ୍‌ ନେତାଙ୍କୁ ହତ୍ୟା

ଜାତୀୟ ପତାକା ଉତ୍ତୋଳନର କିଛି ମିନିଟ୍‌ ପରେ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତା ତମ୍ମିନେନି କୃଷ୍ଣୈୟାଙ୍କୁ ୪ଜଣ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହାକୁ ଦେଖି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ପୁଲିସ ସୂଚନା ମୁତାବକ, ସୋମବାର ଟିଆରଏସ ନେତା ତମ୍ମିନେନି କୃଷ୍ଣୈୟା ଖମ୍ମମ ମଣ୍ଡଳରେ ପତାକା ଉତ୍ତୋଳନ କରି ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ତେଲଦରୁପଲ୍ଲୀ ଗାଁରୁ ଅଟୋରିକ୍ସାରେ ଆସି ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।