ଜୟ ଅନୁସନ୍ଧାନ ଡାକରା ଦେଲେ ମୋଦୀ

ନିଜ ଭାଷାକୁ ନେଇ ଗର୍ବ ହେବା ଦରକାର । ଏହା ଆମକୁ ଆମ ପୂର୍ବଜଙ୍କ ମାନଙ୍କ ଠାରୁ ମଳିଛି । ତେଣୁ ଏହାକୁ ନେଇ ଆମେ ଗର୍ବ କରିବା ଦରକାର । ଆଜି ଦେଶ ତାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରେ ଭାରତବାସୀ ମାନଙ୍କୁ ଉଦଭୋଦନ କରୁଛନ୍ତି । ସେ ଆଜି କହିଛନ୍ତି ଯେ ଏକତା ହିଁ ସବୁ ଠାରୁ ବଡ । ଆଜି ଆମେ ଏଭଳି ଭାରତ ବର୍ଷରେ ବସବାସ କରୁଛୁ ଯାହା ଏକତାର ଏକ ବିରାଟ ଉଦାହରଣ । ଆମ ଦେଶରେ ଉଭୟ ପୁଅ ଆଉ ଝିଅ ସମାନ ।

ଏଠାରେ ଉଭୟଙ୍କୁ ସମାନ ସମ୍ମାନ ସମାନ ଅଧିକାର ଦିଆଯାଇଛି ।ଏହା ସହିତ ମୋଦୀ ନାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ କହିଛନ୍ତି ।ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଜରୁରୀ । ଏହା ନାରୀ ମାନଙ୍କ ପାଇଁ ସ୍ୱର୍ଣ୍ଣକାଳ । ନାରୀ ମାନଙ୍କୁ ପ୍ରଗତିର ମୁଖ୍ୟସ୍ରୋତ ରେ ସେ ଆଜି ଦେଖୁଛନ୍ତି । ତାଙ୍କୁ ସୁଯୋଗ ଦେଲେ ସବୁ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ।