ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ସାରା ଦେଶକୁ ସମ୍ବୋଧିତ କରିବେ । ଆଜି ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଭାରତ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଏହି ଅଭିଭାଷଣ ସନ୍ଧ୍ୟା ୭ ଟାରେ ଦୂରଦର୍ଶନର ସମସ୍ତ ଚ୍ୟାନେଲ ଓ ଆକାଶବାଣୀର ସମ୍ପୂର୍ଣ୍ଣ ନେଟୱର୍କରେ ପ୍ରସାରଣ କରାଯିବା । ଏହାର କିଛି ସମୟ ପରେ ଏହି ଅଭିଭାଷଣର ଇଂଗ୍ରାଜୀ ରୂପାନ୍ତର ମଧ୍ୟ ପ୍ରସାରଣ କରାଯିବ । ଅନ୍ୟପଟେ ଦୂର ଦର୍ଶନରେ ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ହିନ୍ଦୀ ଓ ଇଂଗ୍ରାଜୀରେ ପ୍ରସାରଣ ପରେ ଆଞ୍ଚଳିକ ଚ୍ୟାନେଲମାନେ ଏହାକୁ ନିଜ ନିଜ କ୍ଷେତ୍ରୀୟ ଭାଷାରେ ପରିବେଶଣ କରାଯିବ ବୋଲି ଜଣାପଡିଛି । ଆସନ୍ତାକାଲି ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ପ୍ରଦାନ କରିବେ ।