ଜିମ୍ବାୱେ ଗସ୍ତ ପାଇଁ କୋଚ ହେବେ ଲକ୍ଷ୍ମଣ
ଆସନ୍ତା ୧୮ ତାରିଖ ଠାରୁ ଜିମ୍ବାଓ୍ବେ ଏବଂ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ତେବେ ଏହି ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ପରିବର୍ତ୍ତନ କରାଯାଇଥିବା ବେଳେ ଏବେ କୋଚ ମଧ୍ୟ ବଦଳି ହୋଇଛି । ଏହି ଶୃଙ୍ଖଳାରେ ନ୍ୟାସନାଲ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ କ୍ରିକେଟ ଟିମ ସହିତ ଜିମ୍ବାୱେ ଗସ୍ତ କରିବେ ।
ବିସିସିଆଇ ସଚିବ ଜୟ ଶାହ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଜିମ୍ବାୱେ ଗସ୍ତ ପାଇଁ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଟିମର କୋଚ ରହିବେ । କାରଣ ବରିଷ୍ଠ ଟିମ୍କୁ ଏସିଆ କପ ପାଇଁ ୟୁଏଇ ଟ୍ରାଭେଲ କରିବାର ଅଛି । ନିୟମିତ ଟିମ ଏହି ଟିମ ସହିତ ଗସ୍ତ କରିବେ । ଭାରତୀୟ ଦଳ: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶୁବମନ ଗିଲ୍, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଶନ, ସଞ୍ଜୁ ସାମସନ୍, ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆୱେଶ ଖାନ୍, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର।