ଗୋଆରେ ସାତ ଫେରା ନେବେ ମୌନୀ ରୟ

ଗୋଆରେ ସାତ ଫେରା ନେବେ ମୌନୀ ରୟ

ମେଟ୍ରୋ ଟିଭି ଓଡିଶା,୧୩/୧: ବଲିଉଡରେ ଚାଲିଛି ବିବାହର ଉତ୍ସବ । ଜଣଙ୍କ ପରେ ଜଣେ ବାହା ହେଉଛନ୍ତି । ଏବେ ଅଭିନେତ୍ରୀ ମୌନୀ ରୟ ମଧ୍ୟ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେମିକ ସୂରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ଯାଇଛି। ସ୍ଥାନଠାରୁ ଆରମ୍ଭ କରି ଅତିଥି ତାଲିକା ପର୍ଯ୍ୟନ୍ତ, ସବୁକିଛି ଚୂଡାନ୍ତ ହୋଇଛି।

ସୂଚନା ଅନୁଯାୟୀ ମୌନୀ ପୂର୍ବରୁ ଦୁବାଇରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା, କିନ୍ତୁ ବର୍ତ୍ତମାନ ଯୋଜନା ପରିବର୍ତ୍ତନ ହୋଇଛି। ଏବେ ସେ ଗୋଆରେ ୨୭ ଜାନୁଆରୀରେ ବାହା ହେବେ । ଗୋଆରେ ଏକ ପାଞ୍ଚ ତାରକା ରିସୋର୍ଟ ବୁକ୍ କରାଯାଇଛି ଏବଂ ଅତିଥିମାନଙ୍କ ନିକଟକୁ ନିମନ୍ତ୍ରଣ ମଧ୍ୟ ପଠାଯିବା ଆରମ୍ଭ ହୋଇ ଯାଇଛି। ବିବାହ ପରେ ୨୮ ଜାନୁଆରୀରେ ଏକ ଡ୍ୟାନ୍ସ ପାର୍ଟିର ଆୟୋଜନ କରାଯିବ, ଯେଉଁଠି ବର-କନ୍ୟା ନିଜ ସାଙ୍ଗ ଏବଂ ପରିବାର ଲୋକଙ୍କ ସହିତ ମିଶି ଖୁସି ମନାଇବେ। ତେବେ ମୌନୀ ଓ ସୂରଜଙ୍କ ବିବାହରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର, ଏକତା କପୁର, ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଓ ଟିଭି ଅଭିନେତ୍ରୀ ଆସ୍କା ଗୋରାଡିୟା ସାମିଲ ହୋଇ ପାରନ୍ତି।

ବିବାହ ପରେ ମୌନୀ ନିଜ ହୋମ୍ଟାଉନ କୁଚବିହାରରେ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦେବେ, ଯେଉଁଥିରେ ତାଙ୍କ ନିକଟ ସମ୍ପର୍କୀୟମାନେ ଯୋଗ ଦେବେ। ମୌନୀ ରୟଙ୍କ ଭାବୀ ସ୍ୱାମୀ ସୂରଜ ନାମ୍ବିୟାର ଜଣେ ବ୍ୟାଙ୍କର ଏବଂ ସେ ଦୁବାଇରେ ରୁହନ୍ତି। ବର୍ତ୍ତମାନ ମୌନୀଙ୍କ ତରଫରୁ ବିବାହକୁ ନେଇ କୌଣସି ବି ଅଫିସିଆଲ ଘୋଷଣା କରାଯାଇ ନାହିଁ। ମୌନୀ ରୟ ଲୋକପ୍ରିୟ ଟିଭି ଶୋ ‘ଦେବୋଁ କେ ଦେବ ମହାଦେବ’ରେ ସତୀଙ୍କ ଭୂମିକାରେ ଅଭିନୟ କରିଥିଲେ। ମୌନୀ ୨୦୧୮ରେ ଆସିଥିବା ଫିଲ୍ମ ‘ଗୋଲ୍ଡ’ରେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ନିକଟରେ ଏକ ମ୍ୟୁଜିକ୍ ଭିଡିଓ ‘ବୈଠେ ବୈଠେ’ରେ ଦେଖିବାକୁ ମିଳିଥିଲା।