ୟୁରୋପରୁ ଟଳିବ କି ଯୁଦ୍ଧ ବିପଦ?
ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ୟୁକ୍ରେନ ବିବାଦର ହେବ କି ଶାନ୍ତିପୂର୍ଣ୍ଣ ସମାଧାନ । ଋଷ ୟୁକ୍ରେନ୍ ସୀମାରେ ମୁତୟନ ସୈନ୍ୟଙ୍କୁ ଫେରାଇ ନେଉଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିବା ପରେ ସୃଷ୍ଟି ହୋଇଛି । ଏଭଳି ସମ୍ଭାବନା କୁଟନୈତିକ ଆଲୋଚନା ଦ୍ୱାରା ୟୁକ୍ରେନ ବିବାଦର ସମାଧାନ ନେଇ ପୁତିନ ଇଙ୍ଗିତ ଦେଇଛନ୍ତି । ତେବେ ଆମେରିକା ଓ ପଶ୍ଚିମ ଗଣମାଧ୍ୟମ ଋଷ କଥାରେ ବିଶ୍ୱାସ କରୁନାହାନ୍ତି ।

ୟୁକ୍ରେନ ସୀମାରେ ଏବେବି ବି ଲକ୍ଷାଧିକ ଋଷି ସୈନ୍ୟୁ ମୁତୟନ ଥିବା ବେଳେ ଟ୍ୟାଙ୍କ, ଫାଇଟର ଜେଟ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପୂର୍ବଭଳି ରହିଥିବା ନୂଆ ସାଟେଲାଇଟ୍ ଚିତ୍ର ଆଧାରରେ କୁହାଯାଇଛି ପୁତିନ୍ । କେତେବେଳେ ବି ୟୁକ୍ରେନ ଅଧିକାର ଲାଗି ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆମେରିକା ଓ ଏହାର ସହଯୋଗୀ ଆଶଙ୍କା କରୁଛନ୍ତି । ତେବେ ଋଷ ଏଭଳି ଆଶଙ୍କାକୁ ଦୃଢ଼ ଭାବେ ଖଣ୍ଡନ କରିଛି । ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ । କୌଣସି ପରିସ୍ଥିତିରେ ୟୁରୋପୀୟ ସଂଘ ସହ ସେ ୟୁକ୍ରେନର ବାଣିଜ୍ୟ ଚୁକ୍ତି କରାଇ ଦେବା ମୁଡ୍ରେ ନାହାନ୍ତି ।ସେହିପରି ୟୁକ୍ରେନ ନାଟୋର ସଦସ୍ୟ ହେବା ସ୍ୱପ୍ନ ଦେଖିବା ଛାଡିଦେଉ ବୋଲି ଚେତାବନୀ ବି ଦେଇଛନ୍ତି ।

ଅନ୍ୟପକ୍ଷରେ ନାଟୋ ଓ ୟୁରୋପୀୟ ସଂଘରେ ୟୁକ୍ରେନ ସାମିଲ କରାଯିବ ନାହିଁ ବୋଲି ପୁତିନ ଆମେରିକା ଓ ଏହାର ସହୟୋଗୀ ରାଷ୍ଟ୍ରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମାଗୁଛନ୍ତି । ତେବେ ରାଷ୍ଟ୍ରପତି ବାଇଡେନ ଓ ୟୁରୋପୀୟ ଦେଶ ପୁତିନଙ୍କ ଦାବିକୁ ଖାରଜ କରିଦେବା ପରେ ଚାପ ପ୍ରୟୋଗ ଲାଗି ସେ ୟୁକ୍ରେନ ସୀମାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ । ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜଧାନୀ କିଭ୍ ଓ ଅନ୍ୟାନ୍ୟ ସହରରେ ଥିବା ଭାରତୀୟଙ୍କ ପାଇଁ ଖୋଲା ଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । କିଭ୍ ସ୍ଥିତ ଭାରତୀୟ ଦୂତାବାସରେ ଏହି କଣ୍ଟ୍ରୋଲ ରୁମ କାମ କରୁଛି । ୟୁକ୍ରେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ଉପରେ ଥିବା କଟକଣା ପ୍ରତ୍ୟାହାର କରି ନିଆଯାଇଛି । ୟୁକ୍ରେନରେ ଥିବା ଭାରତୀୟ ସ୍ୱଦେଶ ଫେରିବାକୁ ଚାହଁଥିଲେ ଏହା ଦ୍ୱାରା ଉପକୃତ ହେବେ । ଅନ୍ୟପଟେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଉତ୍ତେଜନା ବଢୁଥିବାରୁ ୟୁକ୍ରେନରେ ଥିବା ଭାରତୀୟ ସାମୟିକ ୟୁକ୍ରେନ ଛାଡ଼ନ୍ତୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।