ଲେବାନନ୍‌ରେ ଇସ୍ରାଏଲ ପୁଣି କଲା ଭୀଷଣ ହମ୍‌ଲା

ପୁଣିଥରେ ଦକ୍ଷିଣ ଲେବାନନ୍‌ ଉପରେ ଇସ୍ରାଏଲ ଏକ ବଡ଼ ଆକ୍ରମଣ କରିଛି । ଏଥିରେ ୧୦ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।ଏହି ଆକ୍ରମଣ ପରେ ଲେବାନନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମାଟି ତଳେ ଅନେକ ଲୋକ ପୋତି ହୋଇ ପଡ଼ିଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ମନ୍ତ୍ରଣାଳୟ ଆଶଙ୍କା ପ୍ରକାଶ କରିଛି ।ଏହି ଅଗ୍ନିଶମ କର୍ମଚାରୀମାନେ ବାରାଚିତ ସହରରେ ଏକ ପୌରପାଳିକା ଭବନରେ ଥିଲେ । ସେମାନେ ଏକ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିବା ବଳେେ ଏହି ଭୀଷଣ ଆକ୍ରମଣ ହୋଇଥିଲା ।