ଲେବାନନ୍ରେ ଇସ୍ରାଏଲ ଏୟାର୍ ଷ୍ଟ୍ରାଇକ୍ ଜାରି
ହେଜବୁଲ୍ଲା ଉପରେ ଇସ୍ରାଏଲର ବିମାନ ଆକ୍ରମଣ ବୃଦ୍ଧି ପାଇଛି। ବେରୁତ ଓ ଲେବାନନ୍ର ଦକ୍ଷିଣ ସହରଗୁଡ଼ିକରେ ବୋମାମାଡ଼ ଜାରି ରହିଥିବା ବେଳେ ଇସ୍ରାଏଲ ସେନା ଶନିବାର ଲେବାନନ୍ର ଉତ୍ତରାଞ୍ଚଳକୁ ଆକ୍ରମଣ ସମ୍ପ୍ରସାରିତ କରିଛି। ଶନିବାର ସକାଳେ ଉତ୍ତରର ତ୍ରିପୋଲି ସହରରେ ହୋଇଥିବା ଆକ୍ରମଣରେ ହମାସର ଜଣେ ଶୀର୍ଷ ନେତା ଓ ତାଙ୍କ ପରିବାରର ମୃତ୍ୟୁ ଘଟିଛି। ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ୩ଟି ସତର୍କ ସୂଚନା ଜାରି କରି ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରିଥିଲା। ରାତିରେ ବେରୁତ ବିମାନବନ୍ଦର ନିକଟରେ ବିସ୍ଫୋରଣ ଓ ଏୟାର୍ଷ୍ଟ୍ରାଇକ୍ ମଧ୍ୟ ହୋଇଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ପ୍ରାୟ ୨ ସପ୍ତାହ ଧରି ଦକ୍ଷିଣ ଲେବାନନ୍ ଉପରେ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧.୨ ନିୟୁତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।