ମେଟ୍ରୋ ଟିଭି ଓଡିଶା,୪/୨ : ଆଜିଠୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ। ଚୀନର ବେଜିଂରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା-୨୦୨୨। ୯୧ଟି ଦେଶରୁ ପାଖାପାଖି ୩ ହଜାର କ୍ରୀଡାବିତ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଛନ୍ତି। ଆସନ୍ତା ୨୦ ତାରିଖରେ କ୍ରୀଡ଼ା ଉଦଯାପିତ ହେବ। ଚୀନ୍ ରାଷ୍ଟ୍ରପତି ସି ଜିନିପଙ୍ଗ କ୍ରୀଡ଼ାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ବେଜିଂ ନ୍ୟାସନାଲ ଷ୍ଟାଡିୟମରେ ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବ ଆୟୋଜିତ ହେବ। କ୍ରୀଡ଼ାର ସ୍ଲୋଗାନ ରହିଛି ‘ଟୁଗେଦର ଫର ଏ ସେୟାର୍ଡ଼ ଫ୍ୟୁଚର’ ।
ସୂଚନା ଅନୁସାରେ,ଚୀନ୍ ମାନବଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ କିଛି ରାଷ୍ଟ୍ର କ୍ରୀଡାକୁ କୂଟନୈତିକ ସ୍ତରରେ ବୟକଟ୍ କରିଛନ୍ତି।
ଆମେରିକା ସମେତ ଅଷ୍ଟ୍ରେଲିଆ, ବେଲଜିୟମ, କାନାଡା, ଗ୍ରେଟ ବ୍ରିଟେନ ପ୍ରଭୃତି ଦେଶ କ୍ରୀଡାକୁ ଖେଳାଳି ପଠାଇବେ କିନ୍ତୁ କୌଣସି କୂଟନେଅତିକ ପ୍ରତିନିଧି ଉଦଘାଟନୀ କିମ୍ବା ଉଦଯାପନୀ ଉତ୍ସବରେ ଯୋଗଦେବେ ନାହିଁ। ଭାରତ ମଧ୍ୟ ଏହି ପଥ ଅନୁସରଣ କରିଛି।