ପୁଟିନଙ୍କ ଭାରତ ଗସ୍ତ, ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୨୦୨୫ ଡିସେମ୍ବର ୪ ଓ ୫ ତାରିଖରେ ଭାରତ ଆସିବେ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଟ୍ ପାଇଁ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭେଟିବେ, ଯିଏ ତାଙ୍କ ସମ୍ମାନରେ  ଆୟୋଜନ କରିବେ। ଏହି ସଫରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହେବ। ଏ ହା ପୁଟିନଙ୍କର ୨୦୨୧ ପରେ ଭାରତରେ ପ୍ରଥମ ସଫର। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ ପୂର୍ବରୁ, ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କ’ଣ ଭାରତ ରୁଷ Su-57 ଯୁଦ୍ଧ ବିମାନ ଖରିଦ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି?

Leave a comment