ଡୋନାଲଡ୍‌ ଟ୍ରମ୍ପ୍‌ କରିପାରନ୍ତି ଆତ୍ମସମର୍ପଣ

ନ୍ୟୁୟର୍କ: ଦିନେ ସାରା ବିଶ୍ବରେ ନିଜର ଦବଦବା ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବେ ଜେଲ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ତାହା ଛୋଟ ଅଭିଯୋଗ ନୁହେଁ । ତେଣୁ ଟ୍ରମ୍ପ ଆତ୍ମସମର୍ପଣ କରିବାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ପ୍ରତିବାଦ ଆଶଙ୍କା କରି ନ୍ୟୁୟର୍କ ସିଟି ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରି ଟ୍ରମ୍ପଙ୍କ ଘରକୁ ଘେରି ରହିଛି ।

ଜଣେ ପର୍ନଷ୍ଟାର୍‌ଙ୍କୁ ଚୁପ୍‌ କରାଇବା ବାବଦରେ ଅର୍ଥ ଦେଇଥିବା ମାମଲାରେ ଟ୍ରମ୍ପ୍‌ଙ୍କୁ ଗ୍ରାଣ୍ଡ୍‌ ଜୁରି ଅଭିଯୁକ୍ତ କରିଥିବାରୁ ଆଜି ଅପରାହ୍ଣରେ  ଟ୍ରମ୍ପ ଆତ୍ମସମର୍ପଣ କରି‌ବେ ବୋଲି ଟ୍ରମ୍ପ୍‌ଙ୍କୁ ସମୟ ଦିଆଯାଇଛି। ଏନେଇ ସାରା ବିଶ୍ବରେ ଆଲୋଚନା ଜାରି ରହିଛି ।