ଟନେଲ ଭିତରେ ୪୦ ଜୀବନ, ‘ଆମେରିକୀୟ ଓଗାର

ମେସିନ୍ ସାହାଯ୍ୟରେ ଶୁରଙ୍ଗ କରି ବିଛାଯାଉଛି ପାଇପ୍

ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ । ‘ଆମେରିକୀୟ ଓଗାର’ ମେସିନ୍ ସାହାର୍ଯ୍ୟରେ ଶୁରଙ୍ଗ କରି ପାଇପ୍ ବିଛାଯାଉଛି । ଏହି ମେସିନ୍ ସାହାଯ୍ୟରେ ଆବର୍ଜନା ହଟାଯିବା ପରେ ପ୍ରାୟ ୭୦ ମିଟର ପାଇପ୍ ପକାଯିବ । ଏହାପରେ ଶ୍ରମିକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ହେଲେ ୨୫ ମିଟର ଗଭୀରତା ପର୍ଯ୍ୟନ୍ତ ଡ୍ରିଲିଂ ବେଳେ ମେସିନରେ ଏକ ଧାତୁ ମାଡ଼ ହୋଇଥିଲା ।ଏହାକୁ କଟରରେ କଟାଯାଇ ପୁନଃ ଡ୍ରିଲିଂ କରାଯିବ । ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ପାଇପ୍ ଯୋଗେ ପଠାଯାଉଛି ଅକ୍ସିଜେନ, ଖାଦ୍ୟ ଓ ଔଷଧ । ଫସିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଓଡ଼ିଆ ଶ୍ରମିକ ।