ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣରେ ୫୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହା କହିଛନ୍ତି । ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଇସ୍ରାଏଲ ଏଭଳି ଏକ ଆକ୍ରମଣ କରିଛି । ମିଳିତ ଜାତିସଂଘ ପକ୍ଷରୁ ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବାକୁ ଲକ୍ଷ୍ୟ ଥିଲା । ହେଲେ ଏହାପୂର୍ବରୁ ଇସ୍ରାଏଲ ସେନା ହମାସ ଆତଙ୍କବାଦ ବିରୋଧରେ ଲଢେଇ ଜୋରଦାର କରିବାକୁ ଯାଇ ବଡ଼ ଆକ୍ରମଣ କରିଛି । ଗାଜା ଉପତ୍ୟକାରେ ଇସ୍ରାଏଲ ସେନା ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୧୧ ମାସରୁ ଅଧିକ ଦିନ ହେବ ଜାରି ରହିଛି । ସେପଟେ ଇସ୍ରାଏଲ-ଲେବାନନ୍ ସୀମାନ୍ତ ଅଞ୍ଚଳରେ ଇରାନ ସମର୍ଥିତ ହିଜବୁଲ୍ଲା ସହ ସଂଘର୍ଷ ମଧ୍ୟ ତୀବ୍ର ହୋଇଛି । ଏଥିରେ ଇରାନ ସମର୍ଥିତ ଇସଲାମିକ ଜିହାଦ ବାହିନୀର ସ୍ଥାନୀୟ କମାଣ୍ଡରଙ୍କ ସମେତ ଅତି କମରେ ୧୭ ଜଣ ପାଲେଷ୍ଟାଇନୀ ନିହତ ହୋଇଛନ୍ତି । ଗତ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଗାଜା ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରଠାରୁ ପଶ୍ଚିମ ତଟରେ ୬୬୦ରୁ ଅଧିକ ପ୍ରାଣ ହରାଇଛନ୍ତି ।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Prev Post