ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ
ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଗଭୀର କରିବା ଉପରେ ମିଳିତ ବିବୃତ୍ତି ଜାରି କରିଛନ୍ତି। ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଆଗକ ବଢ଼ିପାରିବ।ଦୁଇ ଦିନିଆ ଚାଇନା ଗସ୍ତରେ ଆସି ବେଜିଂରେ ପହଞ୍ଚିଥିବା ପୁଟିନଙ୍କ ପାଇଁ ସି’ ରେଡ କାର୍ପେଟ ବିଛାଇ ସ୍ୱାଗତ କରିଥିଲେ। ଗ୍ରାଣ୍ଡ ହଲ୍ ଅଫ୍ ପିପୁଲ୍ ବାହାରେ ପୁଟିନଙ୍କୁ ଏକ ଭବ୍ୟ ସ୍ୱାଗତ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହା ଦୁଇ ନେତାଙ୍କ ଘନିଷ୍ଠ ସମ୍ପର୍କର ମହତ୍ଵକୁ ଦର୍ଶାଇଥିଲା।