ନାଇଜେରିଆର ନାଇଜର ରାଜ୍ୟର ଏକ ନଦୀରେ ଜାହାଜ ବୁଡ଼ିଯିବାରୁ ଅତି କମରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରାଜ୍ୟ ପରିଚାଳନା ଏଜେନ୍ସି ମୁଖ୍ୟ ଅବଦୁଲ୍ଲା ବାବା-ଆରା କହିଛନ୍ତି ଯେ ଶନିବାର ଦିନ ଆହୁରି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।କୁହାଯାଉଛି ଯେ, ଏହି ଡଙ୍ଗା ଏକ ଇସଲାମ ପର୍ବରୁ ୩୦୦ ରୁ ଅଧିକ ଲୋକଙ୍କୁ ନେପଇ ଫେରୁଥିଲା । କିନ୍ତୁ ତା’ପରେ ହଠାତ୍ ଏହା ନଦୀରେ ଓଲଟିଗଲା ଏବଂ ଏଥିରେ ଥିବା ଯାତ୍ରୀମାନେ ପାଣିରେ ଏପଟ ସେପଟ ହୋଇ ଭାସିବାକୁ ଲାଗିଲେ ।୧୫୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁଙ୍କ ମୁଖପାତ୍ର କହିଛନ୍ତି ଯେ, ୩୦୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଜାହାଜ ବୁଡ଼ିଯିବା ପରେ ଅତି କମରେ ୭୮ ଟି ମୃତଦେହ ଉଦ୍ଧାର କରାଯାଇଛି । ମୁଖପାତ୍ର ଆହୁରି କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ନାଇଜର ନଦୀରେ ଜାହାଜ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣା ମୋକୱା ସ୍ଥାନୀୟ ସରକାରୀ ଅଞ୍ଚଳର ଜେବା ଡ୍ୟାମ ନିକଟରେ ଘଟିଛି । ୩୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ ଉଦ୍ଧାର ହୋଇଥିଲେ । ୭୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post