କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ଏଲନ ମସ୍କଙ୍କ ସମାଲୋଚନା

କାନାଡା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି  ଏଲନ ମସ୍କ । ବାକ ସ୍ୱାଧୀନତାକୁ ଚପାଇବାକୁ ଜଷ୍ଟିନ ଟ୍ରୁଡୋ ସରକାର ପ୍ରୟାସ କରୁଥିବା କହି ମସ୍କ ତାଙ୍କର ସମାଲୋଚନା କରିଛନ୍ତି । ନିକଟରେ କାନାଡା ସରକାର ଦେଶବାସୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ଅନଲାଇନ ଷ୍ଟ୍ରିମିଂ ସେବାକୁ ସରକାରଙ୍କ ସହ ପଂଜୀକରଣ କରିବା ବାଧ୍ୟତମଳୂକ କରାଯାଇଛି । ଯେକୌଣସି ଅନଲାଇନ ଷ୍ଟ୍ରିମିଂ ସେବା ପାଇଁ ସରକାରଙ୍କୁ ଜଣାଇବାକୁ ପଡିବ । ଏକକୋଟିରୁ ଅଧିକ ଆୟ କଲେ କିଛି ଅର୍ଥ କାନାଡ଼ା ସରକାରଙ୍କୁ ଦେବାକୁ ନୂଆ ନିର୍ଦ୍ଦେଶାନାମାରେ କୁହାଯାଇଛି ।