World ଉଡ଼ନ୍ତା ବିମାନରେ ସାପ,ଯାତ୍ରୀ ଆତଙ୍କିତ Last updated Feb 15, 2022 ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଫ୍ଲାଇଟ୍ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର ଏସିଆର ଫ୍ଲାଇଟ୍ ନମ୍ବର ଏ .କେ ୫୭୪୮ କ୍ୱାଲାଲମ୍ପୁରରୁ ତବାଉକୁ ଉଡ଼ାଣ ଭରୁଥିଲା। ବିମାନଟି ଆକାଶରେ ଥିବା ବେଳେ ଉପର ଲଗେଜ୍ ୱେ ପାଖରେ ଏକ ସାପ ନଜର ଆସିଥିଲା। ଏହା ପରେ ଫ୍ଲାଇଟ୍ରେ ଲୋକେ ଡରିଯାଇ ଚିତ୍କାର କରିଥିଲେ। ଏ ନେଇ ପାଇଲଟ୍ ଜାଣିବା ପରେ ବିମାନର ଜରୁରୀକାଳୀନ ଅବତରଣ କରାଇଥିଲେ। ବିମାନର ପାଇଲଟ୍ ହାନା ମୋହସିନ୍ ଖାନ୍ ଟ୍ଵିଟରରେ ବିମାନର ଓଭର ହେଡ୍ ବ୍ୟାଗେଜ୍ ଏରିଆ ପାଖରେ ସାପଟି ଚାଲୁଥିବା ବେଳର ଏକ ଭିଡିଓ ସେୟାର କରିଛନ୍ତି। ସାପ କୌଣସି ଯାତ୍ରୀଙ୍କ ପାଳିତ ବୋଲି କୁହାଯାଉଛି। ସାପଟି ବ୍ୟାଗ୍ରେ ଥିବା ବେଳେ କେମିତି କେଜାଣି ବାହାରକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି କିମ୍ବା ସାପଟି ଭୂମିରୁ ବିମାନକୁ ଚଢ଼ିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ତେବେ ସାପ ଦେଖିବା ପରେ ବିମାନକୁ ପୁଣିଥରେ ଲ୍ୟାଣ୍ଡିଂ କରିବା ଏକ ବୁଦ୍ଧିମାନର କାମ ବୋଲି ଏଭିଏସନ୍ କମ୍ପାନୀର ମୁଖ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି। Share