ଦୀର୍ଘ ୩୭ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଛି । ଏହି ମାମଲାରେ ଭାରତ ପ୍ରଥମ ଥର ଭୋଟ ଦେଇଛି । ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ବସ୍ତି ବସାଇବା ବିରୋଧରେ ଏକ ପ୍ରସ୍ତାବ ଜାତିସଂଘରେ ଉପସ୍ଥାପନ କରାଯାଇଥିଲା । ଭାରତ ଏହି ପ୍ରସ୍ତାବର ସମର୍ଥନରେ ଭୋଟ କରିଛି ଅର୍ଥାତ୍ ଭାରତ ପ୍ରଥମ ଥର ଲାଗି ଇସ୍ରାଏଲ ବିରୁଦ୍ଧରେ ଭୋଟ କରିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଯେବେଠାରୁ ଇସ୍ରାଏଲ ଓ ହମାସ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହୋଇଛି ଜାତିସଂଘରେ ଆସିଥିବା ବିଭିନ୍ନ ପ୍ରସ୍ତାବରେ ଭାରତ ଭୋଟଦାନରୁ ବିରତ ରହିଛି । ଭାରତ ହମାସ ଆତଙ୍କବାଦୀଙ୍କ ନିନ୍ଦା ବହୁ ସମୟରେ କରିଛି । ଏହା ସହିତ ଗାଜାରେ ମାନବୀୟ ସହାୟତା ଲାଗି ମଧ୍ୟ ଯୁକ୍ତି ବାଢିଛି ।ତେବେ ଜାତିସଂଘରେ ପ୍ରଥମ ଥର ଭାରତ ଇସ୍ରାଏଲର ବସ୍ତି ବିରୁଦ୍ଧରେ ଭୋଟ ଦେଇଛି । ଏହି ଭୋଟିଂରେ ମୋଟ ୧୪୫ ଦେଶ ଭାଗ ନେଇଥିଲେ । ୧୮ ଦେଶ ଭୋଟିଂରେ ଅନୁପସ୍ଥିତ ଥିଲେ । ଆମେରିକା, ହଙ୍ଗେରୀ, କାନାଡା ଆଦି ଦେଶ ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେଇଛନ୍ତି । ଭାରତ ସରକାରଙ୍କ ଏପରି ନୀତିକୁ ଟିଏମସି ନେତା ସାକେତ ଗୋଖେଲ ପ୍ରଶଂସା କରିଛନ୍ତି । ଗୋଖଲେ କହିଛନ୍ତି ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ଅବୈଧ ରୂପରେ ବସ୍ତି ନିର୍ମାଣ କରିବା ଠିକ୍ ନୁହେଁ । ଏବେ ଏସବୁ ବିବାଦ ସମାପ୍ତ ହେବା ଉଚିତ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post