ଦୀର୍ଘ ୩୭ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଛି । ଏହି ମାମଲାରେ ଭାରତ ପ୍ରଥମ ଥର ଭୋଟ ଦେଇଛି । ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ବସ୍ତି ବସାଇବା ବିରୋଧରେ ଏକ ପ୍ରସ୍ତାବ ଜାତିସଂଘରେ ଉପସ୍ଥାପନ କରାଯାଇଥିଲା । ଭାରତ ଏହି ପ୍ରସ୍ତାବର ସମର୍ଥନରେ ଭୋଟ କରିଛି ଅର୍ଥାତ୍ ଭାରତ ପ୍ରଥମ ଥର ଲାଗି ଇସ୍ରାଏଲ ବିରୁଦ୍ଧରେ ଭୋଟ କରିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଯେବେଠାରୁ ଇସ୍ରାଏଲ ଓ ହମାସ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହୋଇଛି ଜାତିସଂଘରେ ଆସିଥିବା ବିଭିନ୍ନ ପ୍ରସ୍ତାବରେ ଭାରତ ଭୋଟଦାନରୁ ବିରତ ରହିଛି । ଭାରତ ହମାସ ଆତଙ୍କବାଦୀଙ୍କ ନିନ୍ଦା ବହୁ ସମୟରେ କରିଛି । ଏହା ସହିତ ଗାଜାରେ ମାନବୀୟ ସହାୟତା ଲାଗି ମଧ୍ୟ ଯୁକ୍ତି ବାଢିଛି ।ତେବେ ଜାତିସଂଘରେ ପ୍ରଥମ ଥର ଭାରତ ଇସ୍ରାଏଲର ବସ୍ତି ବିରୁଦ୍ଧରେ ଭୋଟ ଦେଇଛି । ଏହି ଭୋଟିଂରେ ମୋଟ ୧୪୫ ଦେଶ ଭାଗ ନେଇଥିଲେ । ୧୮ ଦେଶ ଭୋଟିଂରେ ଅନୁପସ୍ଥିତ ଥିଲେ । ଆମେରିକା, ହଙ୍ଗେରୀ, କାନାଡା ଆଦି ଦେଶ ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେଇଛନ୍ତି । ଭାରତ ସରକାରଙ୍କ ଏପରି ନୀତିକୁ ଟିଏମସି ନେତା ସାକେତ ଗୋଖେଲ ପ୍ରଶଂସା କରିଛନ୍ତି । ଗୋଖଲେ କହିଛନ୍ତି ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ଅବୈଧ ରୂପରେ ବସ୍ତି ନିର୍ମାଣ କରିବା ଠିକ୍ ନୁହେଁ । ଏବେ ଏସବୁ ବିବାଦ ସମାପ୍ତ ହେବା ଉଚିତ ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post