ଇସ୍ରାଏଲ କଲା ବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟ

ଇସ୍ରାଏଲ କଲା ବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟ

ମେଟ୍ରୋ ଟିଭି ଓଡିଶା,୨୦/୧ : ଶତ୍ରୁ ଦେଶକୁ କଡା ଜବାବ ଦେବାରେ ପ୍ରସ୍ତୁତ ହୋଇଛି ଇସ୍ରାଏଲ । ଅନ୍ୟ ଦେଶ ଯୁଦ୍ଧ କରିବା ପୂର୍ବରେ ହଜାର ବାର ଚିନ୍ତା କରିବେ । ଏହି ପରି ଏକ ଅଭୁଦ ମିସାଇଲ୍ ଟେଷ୍ଟ କରିଛି ଇସ୍ରାଇଲ । ଯାହା ସଫଳତାର ସହ ପରୀକ୍ଷଣ ମଧ୍ୟ ହୋଇଛି । ପୃଥିବୀ ବାୟୁମଣ୍ଡଳ ବାହାରେ ଇସ୍ରାଇଲ ଏହି ମିସାଏଲକୁ ଟେଷ୍ଟ କରିଛି । ଯାହା ଆରେ-୩ ଆଣ୍ଟି ବାଲିଷ୍ଟିକ ମିସାଇଲ୍ ଡିଫେନ୍ସ ସିଷ୍ଟମ । ମିସାଇଲ୍ ଡିଫେନ୍ସ ଅର୍ଗାନାଇଜେସନ ପ୍ରମୁଖ ମୋସେ ପଟେଲ ସୂଚନା ଦେଇ କହିଛନ୍ତି, ବାୟୁମଣ୍ଡଳ ବାହାରେ ମିସାଇଲ୍ କ୍ଷମତାର ସଫଳ ପରୀକ୍ଷଣ କରାଯାଇଛି । ଯାହା ଖୁବଶୀଘ୍ର ଇସ୍ରାଏଲ୍ ବାୟୁସେନାରେ ସାମିଲ ହେବ । ଟେକ୍ନୋଲୋଜି ଦୃଷ୍ଟିକୋଣରୁ ଏହି ମିସାଇଲ୍ ବହୁତ ଉନ୍ନତ । ବ୍ୟବହାର ପାଇଁ ପ୍ରସ୍ତତ ଅଛି ସେନା ।

image credit-the week

ସୂଚନା ଅନୁସାରେ,ଆରୋ-୩ ମିସାଇଲ୍ର ଆଲଗୋରିଦିମ ବହୁତ ସ୍ବତନ୍ତ୍ର । ଯାହାଦ୍ବାରା ସମ୍ଭାବ୍ୟ ବିପଦକୁ ପୂର୍ବରୁ ଜାଣିପାରି ସହଜରେ ସାମ୍ନା କରିପାରିବ । ମଙ୍ଗଳବାର ଦୁଇଟି ଆରୋ-୩ର ଲାଇଭ୍ ଫାୟାର ଟେଷ୍ଟିଂ କରାଯାଇଥିଲା । ଉଭୟର ଟାର୍ଗେଟ ଥିଲା ଗୋଟିଏ । ଆରୋ ସିଷ୍ଟମ୍ ଲାଗିଥିବା ଅପରେସନାଲ ରାଡାର ଶତ୍ରୁ ହତିଆରର ସନ୍ଧାନ କରି ଫାୟାର ମ୍ୟାନେଜମେଣ୍ଟ ସିଷ୍ଟମକୁ ଡାଟା ପହଁଚାଇଥାଏ । ଆରୋ-୩ ବର୍ତ୍ତମାନ ଇସ୍ରାଏଲ୍ର ସବୁଠାରୁ ଉନ୍ନତ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ । ଯାହାର ଲକ୍ଷ୍ୟ ପୃଥିବୀ ବାୟୁମଣ୍ଡଳ ବାହାରେ ବାଲିଷ୍ଟିକ ମିସାଇଲ୍କୁ ରୋକିବା । ଏହା ପରମାଣୁ, ଜୈବିକ, ରାସାୟନିକ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଛଡ଼ାଯାଇପାରିବ ।