ଇମ୍ରାନଙ୍କ ଗିରଫଦାରି ସମ୍ଭାବନା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ  ପିଟିଆଇ ର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ ଡର । ଏବେ ଘରେ ପ୍ରବେଶ କରିଛି ପୁଲିସ୍ ।  ପୁଲିସ ଇମ୍ରାନଙ୍କ ବାସଭବନରେ ପ୍ରବେଶ କରିସାରିଛି ଓ ଯେକୌଣସି ସମୟରେ ତାଙ୍କର ଗିରଫଦାରି ହୋଇପାରେ ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି ।ସେପଟେ ଏହି ଘଟଣାକୁ ନେଇ ପିଟିଆଇ କର୍ମୀମାନେ ପାକିସ୍ତାନର ବିଭିନ୍ନ ସହରରେ ରାସ୍ତାକୁ ଓହ୍ଲାଇ ପଥରମାଡ଼ ଓ ଜଳାପୋଡ଼ା କରିଚାଲିଛନ୍ତି । ଇସ୍ଲାମାବାଦ, କରାଚି, ପେଶାଓ୍ବରରେ ସ୍ଥିତି ଜଟିଳ ହେବାରେ ଲାଗିଛି । ପିଟିଆଇ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ, ଲାଠିମାଡ଼ ଆଦି କରାଯାଉଛି । ତେବେ ପୂର୍ବରୁ ମଧ୍ୟ ଇମ୍ରାନଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ କରିଥିବା ବେଳେ ସେ ଘରୁ ଲୁଚି ପଳାଇଥିଲେ ।