ଆଜିଠାରୁ ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ

ନୂଆଦିଲ୍ଲୀ: ଆଜିଠାରୁ ସାଉଥ ଆଫ୍ରିକାର ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେଉଛି  । ବ୍ରାଜିଲ, ଋଷ, ଭାରତ, ଚୀନ ଓ ସାଉଥ ଆଫ୍ରିକାର ନେତୃବୃନ୍ଦ ଏଥିରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଗସ୍ତ କରିଛନ୍ତି ।  ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବି ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକରେ ଋଷ ପ୍ରତିନିଧି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇବା ସମ୍ଭାବନା ଥିବାବେଳେ ଏକ ବ୍ରିକ୍ସ ବ୍ୟାଙ୍କ କିମ୍ବା ନ୍ୟୁ ଡେଭଲେପମେଣ୍ଟ ବ୍ୟାଙ୍କ ବା ଏନଡିବି ପ୍ରସଙ୍ଗରେ ହୋଇପାରେ ଆଲୋଚନା ।