ଆଜି ବିଶ୍ୱ ପରିବାର ଦିବସ
ମେଟ୍ରୋ ଟିଭି ବ୍ୟୁରୋ,୧/୧: ବିଶ୍ୱକୁ ଗୋଟିଏ ପରିବାର ପରି ଗଢି ତେଳିବା ଏହି ବିଶ୍ୱ ପରିବାର ଦିବସର ଭୂମିକା ଗୁରୁତପୂର୍ଣ୍ଣ । ବିଶ୍ୱକୁ ଏକତାର ସକାରାତ୍ମକ ବାର୍ତ୍ତା ସହିତ ନୂଆ ବର୍ଷ ଆରମ୍ବ କରିବା ପାଇ ପ୍ରତିବର୍ଷ ଜାନୁଆରୀ ୧ତାରିଖରେ ପାଳନ କରାଯାଏ ବିଶ୍ୱ ପରିବାର ଦିବସ । ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱର ଲୋକଙ୍କ ସଂସ୍କୃତି ,ପରମ୍ପରା ଓ ଧର୍ମ ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ କିନ୍ତୁ ମାନବିକତା ହେଉଛି ଏକ ପ୍ରମୁଖ ଧର୍ମ ଯାହାକୁ ପାଳନ କରିବା ସମସ୍ତ ବିଶ୍ୱ ବାସିଙ୍କୁ ନିହାତି ଆବଶ୍ୟକ ।
ଆମେ ଏହି ମାନବିକତା ଭଳି ଏକତାର ସୂତ୍ରରେ ବାନ୍ଧି ହେବା ତେବେ ଯାଇ ଏ ମାନବ ସମାଜ ତିଷ୍ଠିପାରିବ ଓ ବିଜୟୀ ହୋଇପାରିବ । ଶାନ୍ତି ଓ ଏକତାର ବାର୍ତ୍ତା ପ୍ରସାର ଦ୍ୱାରା ହିଁ ଏହାକୁ ହାସଲ କରାଯାଇପାରିବ । ଏହି ବିଶ୍ୱ ପରିବାର ଦିବସ ହେଉଛି ଶାନ୍ତିର ଦିବସ । ବିଶ୍ୱରେ ଶାନ୍ତି ଓ ଏକତାର ପ୍ରୋତ୍ସାହନ ନିମନ୍ତେ ପ୍ରତିବର୍ଷ ଏହାକୁ ପାଳନ କରାଯାଏ । ୧୯୯୭ ମସିହା ଜାରିସଂଘରେ ଏହି ଦିବସ ଆରମ୍ବ କରାଯାଇଥିଲା ।