ପିଓକେ ଛାଡ଼, ଆତଙ୍କବାଦ ବନ୍ଦ କର
ଜାତିସଂଘରେ ଭାରତ ପାକିସ୍ତାନ ବିରୋଧରେ ଗର୍ଜିଛି। ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ୍ ନ୍ୟୁୟର୍କରେ ଜାତିସଂଘର ୭୮ତମ ଅଧିବେଶନରେ ଉଦ୍ବୋଧନ ଦେବା ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ପାକିସ୍ତାନ ଲଗାତାର ଭାବେ ଭାରତ ବିରୋଧୀ ପ୍ରଚାର ପାଇଁ ଅନ୍ତର୍ଜାତୀୟ ମଞ୍ଚର ବ୍ୟବହାର କରୁଥିବାରୁ ଭାରତ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।ପାକିସ୍ତାନ ଏହାର ଚିରାଚରିତ ଢଙ୍ଗରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବାପରେ ଭାରତ ଏହାର କଡ଼ା ଜବାବ ଦେଇଛି। ଭାରତ କହିଛି ପାକିସ୍ତାନ ପିଓକେ (ପାକ୍ ଅଧିକୃତ କାଶ୍ମୀର) ଛାଡ଼ିଦେଉ ଏବଂ ସୀମାପାର ଆତଙ୍କବାଦ ବନ୍ଦ କରୁ। ପାକିସ୍ତାନ ନିଜ ମାଟିରେ ଚାଲିଥିବା ଆତଙ୍କବାଦ ଭିତ୍ତିଭୂମିଗୁଡ଼ିକୁ ବନ୍ଦ ନକଲେ ପସ୍ତାଇବାକୁ ବାଧ୍ୟ ବୋଲି ଭାରତ କହିଛି।