ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) :
ଚମ୍ପାବତ୍ ଜିଲାର ଡାଣ୍ଡା କ୍ଷେତ୍ର ଅନ୍ତର୍ଗତ ଗତକାଲି ବିଳମ୍ବିତ ରାତିରେ ବରଯାତ୍ରୀରୁ ଫେରୁଥିବା ଏକ ଗାଡି ଖାଇରେ ଖସିପଡିଥିବା ସମୟରେ ୧୧ ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଚମ୍ପାବତ ଠାରୁ ପ୍ରାୟ ୬୫ କିଲୋମିଟର ଦୂର ଏହି ସ୍ଥାନରେ ଗୋଟିଏ ପରିବାରର ଥିବା ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ।ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୧୧ଜଣଙ୍କ ମୃତଦେହକୁ ପ୍ରଥମେ ଖାଇରୁ ଉଦ୍ଧାର କରାଯାଇଥିଲା।

ଦୁର୍ଘଟଣାରେ ଗଭୀର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟନକପୁର-ଚମ୍ପାବତ୍ ହାଇୱେ ସହ ଜଡିତ ସୁଖିଦାଙ୍ଗ-ଡାଣ୍ଡାମିନାର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ୧୬ ଜଣଙ୍କ ମଧ୍ୟରୁ ପ୍ରଥମେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗଭୀର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଟନକପୁରର ପଞ୍ଚମୁଖି ଧର୍ମଶାଳାରେ ହେଉଥିବା ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ଗାଡିଟି ଅନିୟନ୍ତ୍ରିତ ହୋଇ ଖାଇରେ ଖସିପଡିଥିଲା। ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଗାଡିରେ ଥିବା ଏଭଳି ଅଘଟଣ ଘଟିଛି ବୋଲି ସନ୍ଦେହ କରାଯାଉଛି।

ପ୍ରଥମେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହା ୧୪କୁ ବୃଦ୍ଧି ପାଇଛି। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ପ୍ରଥମେ ଖାଇରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଗଭୀର ଭାବେ ଆହତ ହୋଇଥିବା ୨ ଜଣଙ୍କର ଚିକିତ୍ସା କରାଯାଉଛି। ଟନକପୁର-ଚମ୍ପାବତ୍ ହାଇୱେରେ ୧୬ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି।